Odisha Link
Bridging the Missing Links in Odisha

କରୋନିଲ କିଟ୍ ବିତରଣ ଉପରେ ରୋକ ଲଗାଇଲା ନେପାଳ

ନେପାଳ: ବାବା ରାମଦେବଙ୍କୁ ଆଉ ଏକ ଝଟକା। ଭୁଟାନ ପରେ ନେପାଳରେ ବି କରୋନିଲ କିଟ ଉପରେ ରୋକ ଲଗାଯାଇଛି। ପତଞ୍ଜଳୀ କମ୍ପାନୀରୁ ନେପାଳକୁ ଉପହାର ସ୍ୱରୂପ କରୋନିଲ କିଟ୍ ଦିଆଯାଇଥିଲା। ମାତ୍ର ନେପାଳ ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଆଉ କହିଛନ୍ତି କରୋନାକୁ ମାତ ଦେବାକୁ କରୋନିଲ ପ୍ରଭାବୀ ନୁହେଁ।

ନେପାଳ ସରକାର ଏକ ଆଦେଶ ଜାରି କରି କହିଛନ୍ତି କି, କରୋନିଲ କିଟରେ ସାମିଲ ଟାବଲେଟ ଓ ନାକରେ ପକାଯାଉଥିବା ଡ୍ରପ କରୋନା ବିରୋଧରେ ଲଢୁଥିବା ଔଷଧର ସମକକ୍ଷ ନୁହେଁ। ତେଣୁ ଏହାକୁ ଦେଶରେ ବିତରଣ କରାଯିବ ନାହିଁ।

ନେପାଳ ପତଞ୍ଜଳି ଶାଖା କହିଛି କି, କରୋନିଲ କିଟ ଏବେ ଯାଏଁ ନେପାଳରେ ରେଜିଷ୍ଟର ହୋଇନାହିଁ। ତେଣୁ ଏହା ଦେଶରେ ବିକ୍ରି ମଧ୍ୟ ହୋଇନାହିଁ। ଏହା ପତଞ୍ଜଳୀ ତରଫରୁ ନେପାଳ ସରକାରଙ୍କୁ ଉପହାର ଦିଆଯାଇଥିଲା। ତେଣୁ ଏବେ ଏହାକୁ ବ୍ୟବସାୟ ସହ ଯୋଡିବା ଠିକ ହେବ ନାହିଁ।

Leave A Reply

Your email address will not be published.