Odisha Link
Bridging the Missing Links in Odisha

ଇକମୋ ପାଇଁ ସରିଛି ଟେଣ୍ଡର ପ୍ରକ୍ରିୟା: ଡିଏମଇଟି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଯେଉଁଥି ପାଇଁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ବହୁ କଷ୍ଟରେ ପଇସା ଯୋଗାଡ କରି ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ଇକମୋ ଚିକିତ୍ସା କରାଉଛନ୍ତି। ମାତ୍ର ବହୁଲୋକ ଅର୍ଥଭାବ କାରଣରୁ ଏଥିରୁ ବଞ୍ଚିତ ହୋଇ ପ୍ରାଣ ହରାଉଛନ୍ତି। ତେବେ ଓଡ଼ିଶାକୁ ଏହି ମେସିନ ଆଣିବା ପାଇଁ ଟେଣ୍ଡର ପ୍ରକି୍ରିୟା ସରିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଏହା ବ୍ୟୟ ବହୁଳ ଚିକିତ୍ସା। ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର। ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ। ମେସିନ ଆଣି ଥୋଇଦେଲେ ହେବନି। ଏଥିପାଇଁ ମାନବ ସମ୍ବଳ ଦରକାର।

ଏହି ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଭାରତରେ ଏହି ମେସିନ ଉତ୍ପାଦନ ହେଉନି। ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.