Odisha Link
Bridging the Missing Links in Odisha

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ କଲା କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି। ତେବେ ପ୍ରତି ଟୀକା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟୀକା ଘୋଷଣା କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦି ଘୋଷଣା କରିଥିଲେ। ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ। ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ।

ଉତ୍ପାଦିତ ଟିକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ ବୋଲି ଘୋଷଣା କରିବା ସହ ଯେଉଁମାନେ ଚାହିଁବେ ଘରୋଇ ହସ୍ପିଟାଲରୁ ବି ଟିକା ନେଇପାରିବେ ବୋଲି ମୋଦି କହିଥିଲେ। ଗତକାଲି ଘରୋଇ ହସ୍ପିଟାଲ ପାଇଁ ସମସ୍ତ ଟୀକାର ମୂଲ୍ୟ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.