Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍ସରେ ଲାଗିବ ଇକମୋ ମେସିନ

ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା କରାଉଛନ୍ତି। ମାତ୍ର ଗରିବଲୋକ ଏଥିରୁ ବଞ୍ଚିତ ହୋଇ ପ୍ରାଣ ହରାଉଛନ୍ତି। ତେବେ ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍‌ମୋ ମେସିନ।

ପ୍ରଥମ ଇକ୍‌ମୋ ମେସିନ ଚଳିତ ମାସ ଶେଷ ସୁଦ୍ଧା ଲଗାଯିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସୂଚନା ନେଇଛନ୍ତି।

ଅନ୍ୟପଟେ ଗତକାଲି ରାଜଧାନୀ ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲକୁ ଜୀବନ ରକ୍ଷାକାରୀ ଇକମୋ ମେସିନ ଆସିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଇକମୋ ମେସିନ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଇକମୋ ମେସିନ ସ୍ଥାପନ କରାଯିବ।

Leave A Reply

Your email address will not be published.