Odisha Link
Bridging the Missing Links in Odisha

ପାଣି ବଦଳରେ ତହସିଲଦାରଙ୍କୁ ପିଆଇଲେ ଏସିଡ୍

ଶ୍ରୀନଗର: ପାଣି ବଦଳରେ ଭୁଲରେ ଏସିଡ୍ ପିଇଦେଲେ ତହସିଲଦାର। ଜମ୍ମୁ-କାଶ୍ମୀରର କୁଲଗାମର ଜଣେ ଅଧିକାରୀ ପିଇବା ପାଇଁ ଦୋକାନୀଙ୍କଠୁ ଏକ ପାଣି ବୋତଲ କିଣିଥିଲେ। କିନ୍ତୁ ଦୋକୀନୀ ଭୁଲରେ ପାଣି ବଦଳରେ ଏସିଡ୍ ବୋତଲ ଦେଇଥିଲେ। ଏହାକୁ ପିଇବା ପରେ ତାଙ୍କ ପାଟି ଓ ତଣ୍ଟି ପୋଡିଥିଲା।

କୁଲଗାମ ହାଜିପୁରାର ତହସିଲଦାର ଏକ ଦୋକାନକୁ ଯାଇ ପାଣି ମାଗିଥିଲେ। ସେଠାରେ ଦୋକାନୀ ତାଙ୍କୁ ଏସିଡ୍ ବୋତଲ ଧରାଇ ଦେଇଥିଲା। ତହସିଲଦାର ପାଣି ଭାବି ପିଇ ପକାଇଥିଲେ ମାତ୍ର ତଣ୍ଟି ପୋଡିବା ପରେ ସେ ପାଟିରୁ ଏସିଡକୁ ବାହାର କରିଦେଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ତେବେ ଦୋକାନୀଙ୍କୁ ଗିରଫ କରାଯାଇଛି।

ତହସିଲଦାର ଜଣଙ୍କ ନିଜ ଟିମ୍ ସହ ସଂପୃକ୍ତ ଅଞ୍ଚଳରେ ବେଆଇନ ଭାବେ ବିକ୍ରି ଅନେକ ସାମଗ୍ରୀ ଦୋକାନ ଉପରେ ରେଡ୍ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଶୋଷ ଲାଗିବାରୁ ସେ ଗାଁ ନିକଟରେ ଥିବା ଏକ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ। ମାତ୍ର ଦୋକାନରେ ପାଣି ବୋତଲରେ ବ୍ୟାଟେରୀରେ ବ୍ୟବହାର ହେଉଥିବା ଏସିଡ୍ ରଖାଯାଇଥିଲା। ସେ ଭୁଲରେ ଏହାକୁ ପାଣି ଭାବି ତହସିଲଦାରକୁ ଦେଇଥିବା ଜଣାପଡିଛି।

Leave A Reply

Your email address will not be published.