Odisha Link
Bridging the Missing Links in Odisha

ହ୍ରାସ ହେଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସାବିତ୍ରୀ ବ୍ରତରେ ହ୍ରାସ ପାଇଛି ସୁନା ଦର। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି।

ରୂପା ଦରରେ ହ୍ରାସ ପାଇଁ କିଲୋଗ୍ରାମ ପିଛା ୭୧,୫୦୭ ଟଙ୍କା ହୋଇଛି। ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଓ ୫୦,୦୭୦ ଟଙ୍କା ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୬୮୦ ଟଙ୍କା ଓ ୪୮,୬୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୦୪୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି।

ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି । କୋଲକାତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୨୨୦ ଟଙ୍କା ଓ ୫୦,୯୨୦ ଟଙ୍କା ରହିଛି ।

Leave A Reply

Your email address will not be published.