Odisha Link
Bridging the Missing Links in Odisha

ରଜ ପାଇଁ ବଢ଼ିଲା କଟକଣା, ଆଜିଠୁ ଟୁଇନ ସିଟିରେ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ବର: ରଜ ପାଇଁ ବଢ଼ିଲା କଟକଣା। ଆଜିଠୁ ଟୁଇନ ସିଟିରେ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ। ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର। ଏମିତିକି ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟୁଇନ ସିଟିବାସୀଙ୍କୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୋଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାବିତ୍ରୀ ପୂର୍ବଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା। ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା।

ମାସ୍କ, ସାମାଜିକ ଦୂରତା ସବୁକୁ ଫୁ କରି ଫଳ କିଣିବା ପାଇଁ ଜାରରେ ଭିଡ଼ ଜମିଥିଲା। ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଂଘନ ନକରନ୍ତି, ସେଥିପାଇଁ କମିଶନରେଟ ପୋଲିସ ଆଗୁଆ ସତର୍କ କରିଛି। ଯଦି କେହି କୋଭିଡ ନିୟମ ଉଲଂଘନ କରିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.