Odisha Link
Bridging the Missing Links in Odisha

ଓଡ଼ିଶାର ସବୁ ଭେଷଜ ମହାବିଦ୍ୟାଳୟରେ ECMO ଚିକିତ୍ସା ଦାବିକଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇ ସାରିଲାଣି। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସ୍‌ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଇକ୍‌ମୋ ମେସିନ୍‌ ଲଗାଇବାର ବ୍ୟବସ୍ଥା କରୁଛନ୍ତି। ଏସ୍‌ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କ୍ୟାପିଟାଲ୍‌ ମେଡିକାଲ୍‌ ପାଇଁ ସିଏସ୍‌ଆର୍‌ ପାଣ୍ଠିରେ ଇକ୍‌ମୋ ମେସିନ୍‌ ଲାଗିବ ବୋଲି ଜଣାପଡ଼ିଛି। ତେବେ କେବେ ଏହି ଦୁଇ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଲାଗିବ, ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଏସବୁ ମଧ୍ୟର ଓଡ଼ିଶା ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, ମହାମାରୀ କରୋନା ଜନିତ ଜଟିଳ ପରିସ୍ଥିତି ପାଇଁ ଏକପ୍ରକାର ବରଦାନ ସାଜିଥିବା ECMO ମେସିନକୁ ବିଦେଶରୁ ଓଡ଼ିଶା ଆଣିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ୬ଟି ମେସିନ କେବଳଳ କଟକ ବଡ଼ ମେଡିକାଲରେ ଲାଗିବ ବୋଲି ଆମେ ଗଣମାଧ୍ୟମରୁ ସୂଚନା ପାଇଥିଲୁ।

ଏଣୁ ଆପଣଙ୍କୁ ଅନୁରୋଧ କରୁଛି ଯେ, ସମସ୍ତ ୬ଟି ମେସିନ କେବଳ କଟକ ଏସସିବି ପାଇଁ ନକରି ବରି ଓଡ଼ିଶାର ସମସ୍ତ ଭେଷଜ ମହାବିଦ୍ୟାଳୟରେ ECMO ଚିକିତ୍ସା ଯନ୍ତ୍ରର ସୁବିଧା ସୁଯୋଗ ଦେଲେ ସମ ପରିମାଣର ଚିକିତ୍ସା ପାଇବା ସହ କେହି ମଧ୍ୟ ଅବହେଳିତ ହେବେ ନାହିଁ।

ସେ ଚିଠିରେ ଆହୁରି ଲେଖିଛନ୍ତି ଯେ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରୁ କଟକ ବହୁ ଦୂର। ସେହିପରି ମାଲକାନଗିରି, କଳାହାଣ୍ଡି ଭଳି ଅଞ୍ଚଳରୁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଏସବୁ ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳର ରୋଗୀ ଚିକିତ୍ସାପାଇଁ କଟକ ଉପର ନିର୍ଭର ହେବାକୁ ପଡ଼ୁଛି। କୋଭିଡ ସମୟରେ କଟକର ଅବସ୍ଥା ମଧ୍ୟ ଉଦବେଗ ଜନକ ହେବା ସମ୍ଭାବନାକୁ ଏହାଇ ଦେଇ ହେବ ନାହିଁ। ଏସବୁକୁ ନଜରରେ ରଖି ରାଜ୍ୟର ବିଭନ୍ନ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତ ସହ ECMO ଡାକ୍ତରୀ ଚିକିତ୍ସା ଯନ୍ତ୍ର ଜନସଂଖ୍ୟା ଆନୁପାତିକରେ ବ୍ୟବସ୍ଥା କରାଯାଉ ବୋଲି ଭୃଗୁ ମୁଖମନ୍ତ୍ରୀଙ୍କଚ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ କୁନ୍ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର୍ଯ୍ୟକ୍ଷମ ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି।

Leave A Reply

Your email address will not be published.