Odisha Link
Bridging the Missing Links in Odisha

ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭାରତ ଉପରେ ଏହାର ପ୍ରଭାବ ପଡିବ ନା ନାହିଁ ଜାଣନ୍ତୁ…

ଭୁବନେଶ୍ବର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟଗ୍ରହଣ ସମୟରେ କେତେକ ସ୍ଥାନରେ ବଳାୟକାର ଭାବେ ଦୃଶ୍ୟମାନ ହେବ। ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ। ବଳାୟକାର ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟର ୯୯ ପ୍ରତିଶତ ଅଂଶକୁ ଢାଙ୍କି ଦେଇଥାଏ ଓ ସୂର୍ଯ୍ୟର ବାହାର ଅଂଶ ଦୃଶ୍ୟମାନ ହୋଇଥାଏ। ଯାହା ଚମକୁଥିବା ଏକ ଚୁଡି ଭଳି ଦେଖାଯାଇଥାଏ, ତେଣୁ ଏହାର ନାମ ରିଙ୍ଗ ଅଫ ଫାୟାର ବୋଲି କୁହାଯାଇଥାଏ।

ଭାରତୀୟ ସମୟ ଅନୁସାରେ ଦିପହର ୧ଟା ୪୨ ମିନିଟରୁ ସନ୍ଧ୍ୟା ୬ଟା ୪୧ ମିନିଟରେ ସମାପ୍ତ ହେବ। ଅର୍ଥାତ୍ ପ୍ରାୟ ୫ ଘଣ୍ଟା କାଳ ସୂର୍ଯ୍ୟପରାଗ ରହିବ। ଏହି ମହାଜାଗତିକ ଦୃଶ୍ୟ ଅଳ୍ପ ସମୟ ପାଇଁ ଭାରତରେ ଆଂଶିକ ଭାବେ ଦେଖିବାକୁ ମିଳିବ। ସୂର୍ଯ୍ୟାସ୍ତ ପୂର୍ବରୁ ଲଦ୍ଦାଖ ଓ ଅରୁଣାଚଳପ୍ରଦେଶରେ ସୂର୍ଯ୍ୟପରାଗ ଆଂଶିକ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ୟୁରୋପ, ଆମେରିକା, ଉତର କାନାଡା, ଗ୍ରୀନଲାଣ୍ଡ ଓ ରୁଷରେ ରିଙ୍ଗ ଅଫ ଫାୟାର ଦେଖିବାକୁ ମିଳିବ।

ଭାରତରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ। ତେଣୁ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ କିମ୍ବା ଆୟୋଜନ କରିବାରେ ଅସୁବିଧା ନାହିଁ। ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳ ରେଖାକୁ ଆସିଗଲେ ସୂର୍ଯ୍ୟପରାଗ ହୋଇଥାଏ।

Leave A Reply

Your email address will not be published.