Odisha Link
Bridging the Missing Links in Odisha

ଆଜି ପବିତ୍ର ସାବିତ୍ରୀ ବ୍ରତ, ଜାଣନ୍ତୁ ଏହି ଦିନର ମାହାତ୍ମ୍ୟ…

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଆଜିର ଦିନରେ ପ୍ରତ୍ୟେକ ସଧବାନାରୀ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁ ଦେବତା ନତମସ୍ତକ ହୋଇ ସତ୍ୟବାନଙ୍କୁ ନୂଆ ଜୀବନ ଦେଇଥିଲେ। ନିଜର ଭକ୍ତି ବଳରେ ସେ ବଳରେ ସେ ଯମଦେବଙ୍କ ଠାରୁ ସତ୍ୟବାନଙ୍କୁ ଛଡାଇ ଆଣିଥିଲେ।

ଆଜିର ଦିନ ବିବାହ ପରେ ହିନ୍ଦୁ ନାରୀ ସାବିତ୍ରୀ ବ୍ରତ କରିଥାଏ। ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଫୁଲ, ଫଳ ଧରି ଦେବାଳୟ ଯାଇ ବ୍ରତ କରିଥାନ୍ତି ପ୍ରତ୍ୟେକ ସଧବା ନାରୀ। ମାତ୍ର ଚଳିତ ବର୍ଷ କୋଭିଡ ସଂକ୍ରମଣ ଯୋଗୁଁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି।

ତେଣୁ ଘରେ ପୂଜା କରି ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା। ମହାମାରୀ କରୋନା କାରଣରୁ ଘରେ ରହି ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀ ବ୍ରତ ପାଳୁଛନ୍ତି।

Leave A Reply

Your email address will not be published.