Odisha Link
Bridging the Missing Links in Odisha

ସ୍ବାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କ: ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋକୁ ପର୍ଣ୍ଣ ସାଇଟ୍‌ରେ ପୋଷ୍ଟ କଲେ ସ୍ବାମୀ

ମେରଠ: ସ୍ବାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ କଳଙ୍କ। ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋକୁ ପର୍ଣ୍ଣ ସାଇଟ୍‌ରେ ପୋଷ୍ଟ କଲେ ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଠରେ। ଘରୋଇ କଳହକୁ କେନ୍ଦ୍ରକରି ସ୍ବାମୀ ନିଜ ସ୍ତ୍ରୀଙ୍କୁ କର୍ଲ ଗର୍ଲ ସଜାଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି। ଏଥିସହ କିଛି ପର୍ଣ୍ଣ ସାଇଟ୍ରେ ମଧ୍ୟ ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋକୁ ଭାଇରାଲ୍ କରିଛନ୍ତି। ଏନେଇ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ସ୍ତ୍ରୀ।

ସୂଚନା ମୁତାବକ, ମେରଠ ଥାନା ମୁଣ୍ଡାଲୀ ଅଞ୍ଚଳର ଜଣେ ମହିଳା ସୋନୁ ନାମକ ଯୁବକଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ହିଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମହିଳା ଜଣଙ୍କ ମହିଳା ଥାନାରେ ମାମଲା ରୁଜ୍ଜୁ କରିଥିଲେ। ଏହାପରେ ସେ ନିଜ ବାପଘରେ ରହୁଥିଲେ।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ବଦନାମ କରିବା ପାଇଁ ତାଙ୍କୁ କଲ୍ ଗର୍ଲର ସଜାଇ ତାଙ୍କ ଫଟୋକୁ ଭିନ୍ନ ଭିନ୍ନ ଗ୍ରୁପରେ ସେୟାର କରିଥିଲେ। କିଛି ପର୍ଣ୍ଣ ସାଇଟ୍ରେ ମଧ୍ୟ ତାଙ୍କ ଫଟୋ ଛଡାଯାଇଛି। ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ତ୍ରୀ।

Leave A Reply

Your email address will not be published.