Odisha Link
Bridging the Missing Links in Odisha

ଯବାନଙ୍କ ଗୁଳିଲେ ସିନିୟର କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ପୁଲିସକୁ ବଡ଼ ସଫଳତା। ପୁଲିସ-ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ମାଓବାଦୀ ମୃତ। ମୃତକ ଜଣଙ୍କ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ହୋଇଥିବା ସୂଚନା ରହିଛି।

ଖବର ମୁତାବିକ, ବରଗଡ଼ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ସୂଚନା ପାଇଥିଲା ପୁଲିସ। ଗୁରୁବାର ରାତିରେ ପୁଲିସ ଡିଭିଏଫ୍‌ ଓ ଏସଓଜି ଯବାନଙ୍କ ମିଳିତ ଅପରେସନ ହୋଇଥିଲା। ମିଳିତ ଅପରପେସନ୍‌ ବଳରେ ପୁଲିସକୁ ମିଳିଛି ବଡ଼ ସଫଳତା।

ଗୁଳି ବିନିମୟରେ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମାଓବାଦୀ ବ୍ୟବହାର କରୁଥିବା ଏକେ୪୭ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଜଙ୍ଗଲରୁ ଅପରେସନ ଟିମ୍ ନିହତ ମାଓବାଦୀଙ୍କ ମୃତଦେହ ନେଇ ଏଯାଏଁ ଫେରିନଥିବା ଜଣାପଡିଛି ।

Leave A Reply

Your email address will not be published.