Odisha Link
Bridging the Missing Links in Odisha

ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି ଗଧ, ଚୀନକୁ ରପ୍ତାନୀ କରି ଅର୍ଜୁଛି ବୈଦେଶିକ ମୁଦ୍ରା

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି ଗଧ। ପାକିସ୍ତାନର ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି। ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି। ଏଠାରେ ଗଧମାନେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛନ୍ତି।

ପାକିସ୍ତାନ ଗଧ ରପ୍ତାନୀ କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଗତ ଏକ ବର୍ଷ ମଧ୍ୟରେ ରପ୍ତାନୀ ପରେ ମଧ୍ୟ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚୀନରେ ଔଷଧ ପ୍ରସ୍ତୁତ କରିବା ପାଇଁ ଗଧଙ୍କୁ ବ୍ୟବହାର କରାଯାଏ। ଚୀନର ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାକିସ୍ତାନ ଗଧମାନଙ୍କୁ ପାଳନ କରୁଛି ଏବଂ ଚୀନକୁ ରପ୍ତାନୀ କରୁଛି।

ପାକିସ୍ତାନରୁ ଚୀନକୁ ଗଧ ରପ୍ତାନୀ କରୀଥାଏ ଯାହା ବହୁ ମୂଲ୍ୟବାନ ଅଟେ। ଆଉ ଏଥିରୁ ପାକିସ୍ତାନ ବହୁତ ବୈଦେଶିକ ମୁଦ୍ରା କରୁଛି। ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ, ପାକିସ୍ତାନରେ ସମୁଦାୟ ପଶୁଙ୍କ ସଂଖ୍ୟା ୨କୋଟି ୧୩ ଲକ୍ଷ ୧୦ ହଜାରକୁ ବୃଦ୍ଧିପାଇଥିବା ବେଳେ ୨୦୧୯-୨୦ ମଧ୍ୟରେ ପାକିସ୍ତାନରେ ଏହି ସଂଖ୍ୟା ୨ କୋଟି ୭ ଲକ୍ଷ ଥିଲା।

Leave A Reply

Your email address will not be published.