Odisha Link
Bridging the Missing Links in Odisha

ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି ଚାଲିଗଲା ପୁଅ

ଭଞ୍ଜନଗର: ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି ଚାଲିଗଲା ପୁଅ। ପରିଣତ ବୟସରେ ପୁଅ ସାହା ହେବା ବଦଳରେ ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଛି। ଏଭଳି ଏକ କରୁଣ ଓ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ।

ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି କରିଥିବା ଜଣାପଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଢ଼ୀ ମାଆକୁ ଉଦ୍ଧାର କରିଛି। ପରେ ୨ ପୁଅକୁ ଡକାଇ ପଚାରାଉଚରା କରୁଛି ପୁଲିସ।

ପୁଅ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡିଛି। ସେମାନେ କିଭଳି ଓ କେଉଁ କାରଣରୁ ମାଆକୁ ନେଇ ଭଞ୍ଜନଗରେ ଛାଡ଼ିଲେ ଏନେଇ ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.