Odisha Link
Bridging the Missing Links in Odisha

ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ, ୯ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଦକ୍ଷିଣ ଓଡ଼ିଶାରେ ଥାପି ସାରିଲାଣି ମୌସୁମୀ। ରାଜ୍ୟର କିିଛି ଜିଲ୍ଲାରେ ମୌସୁମୀ ଛୁଇଁ ସାରିଥିବା ବେଳେ ୩୬ ଘଣ୍ଟା ଭିତରେ ରାଜ୍ୟର ବାକି ଅଞ୍ଚଳରେ ବି ପହଞ୍ଚିବ ମୌସୁମୀ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଭିତରକୁ ଆସିବ। ତେଣୁ ରାଜ୍ୟରେ ବର୍ଷା ପ୍ରବଳ ହେବ।

ମୌସୁମୀ ଆଗମନ ସତ୍ତେ୍ୱ ରାଜ୍ୟରେ ଏଯାଏଁ ବିଶେଷ ବର୍ଷା ହୋଇନି। ପାଣିପାଗ ବିଭାଗ ଆକଳନ କରୁଛି, ଆଜିଠୁ ବର୍ଷା ବଢ଼ିବ। ୧୧ ଓ ୧୨ ତାରିଖରେ ପ୍ରବଳରୁ ପ୍ରବଳତର ଏବଂ କେତେକ ଜାଗାରେ ଅତି ପ୍ରବଳ ବର୍ଷା ଢାଳିବ। ୧୩-୧୪ରେ ବି ବର୍ଷା ହେବ। ତେବେ ବର୍ଷା ପରିମାଣ ସାମାନ୍ୟ କମିପାରେ।

ପାଣିପାଗ ବିଭାଗ ସତର୍କ କରାଇଛି, ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି। ଏ ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ଏହି ୯ ଜିଲ୍ଲାରେ।

Leave A Reply

Your email address will not be published.