Odisha Link
Bridging the Missing Links in Odisha

ଆଶ୍ବସ୍ତିକର ଖବର, ଦିନକରେ ୪୮୫୨ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେବାରେ କରୋନା ଗ୍ରାଫ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭,୩୧୩ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୫ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୮୭ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୭୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬୪ଜଣ, ବରଗଡ଼ ଜିଲ୍ଲାରୁ ୬୧ଜଣ, ଭଦ୍ରକ ଜିଲ୍ଲାରୁ ୨୨୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧ଜଣ, ବୌଦ୍ଧ ଜିଲ୍ଲାରୁ ୫୭ଜଣ, କଟକ ଜିଲ୍ଲାରୁ ୫୦୫ଜଣ, ଦେଓଗଡ଼ ଜିଲ୍ଲାରୁ ୨୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫୦ଜଣ, ଗଜପତି ଜିଲ୍ଲାରୁ ୪୮ଜଣ, ଗଞ୍ଜାମ ଜିଲ୍ଲାରୁ ୪୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୦ଜଣ, ଯାଜପୁର ଜିଲ୍ଲାରୁ ୩୮୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୬୦ଜଣ, କନ୍ଧମାଳ ଜିଲ୍ଲାରୁ ୮୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୯୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୪୯ଜଣ, କୋରାପୁଟ ଜିଲ୍ଲାରୁ ୮୮ଜଣ, ମାଲକାନାଗିରି ଜିଲ୍ଲାରୁ ୮୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୮ଜଣ, ନୟାଗଡ଼ ଜିଲ୍ଲାରୁ ୧୩୬ଜଣ, ନୂଆପଡ଼ା ଜିଲ୍ଲାରୁ ୨୨ଜଣ, ପୁରୀ ଜିଲ୍ଲାରୁ ୨୩୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୫ଜଣ, ସମ୍ବଲପୁର ଜିଲ୍ଲାରୁ ୪୧ଜଣ, ସୋନପୁର ଜିଲ୍ଲାରୁ ୩୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୯୮ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮,୪୭,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨,୫୧୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭,୮୧,୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.