Odisha Link
Bridging the Missing Links in Odisha

ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୫%କୁ ହ୍ରାସ

ନୂଆଦିଲ୍ଲୀ: ଆଜି ଜିଏସଟି କାଉନସିଲର ୪୪ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ ଜିଏସଟି ହ୍ରାସ କରାଯାଇଛି। ରେମଡେସିଭିର ଉପରୁ ଜିଏସଟି ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

କୋଭିଡ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ବି ଟିକସ ହ୍ରାସ ହୋଇଛି। ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୧୨ରୁ ୫%କୁ ହ୍ରାସ କରାଯାଇଛି। କୋଭିଡ ଟେଷ୍ଟିଂ କିଟ ଉପରୁ ଜିଏସଟି ୧୨%ରୁ କମି ୫% ହୋଇଛି। ଅକ୍ସିମିଟର, ସାନିଟାଇଜର, ଉତ୍ତାପ ମାପକ ଯନ୍ତ୍ରରୁ ଜିଏସଟି ୫%କୁ ହ୍ରାସ ପାଇଛି। ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮%ରୁ ୧୨%କୁ ହ୍ରାସ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଏଥିସହ ‘ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ଦୁଇ ଔଷଧ ଉପରୁ ଟିକସ ସମ୍ପୂର୍ଣ୍ଣ ଉଠାଯାଇଛି। ଟୋସଲିଜୁମାବ, ଆମ୍ଫୋଟେରିସିନ-ବି ଉପରେ ଏଣିକି କୌଣସି ଟିକସ ଲାଗିବନାହିଁ। ପୂର୍ବରୁ ଏହି ୨ ଔଷଧ ଉପରେ ୫% ଜିଏସି ଲାଗୁ ହେଉଥିଲା।’

Leave A Reply

Your email address will not be published.