Odisha Link
Bridging the Missing Links in Odisha

୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର: ଗତକାଲି କଟକରୁ ନକଲି ଫାଭିପିରାଭିର ଜବତ ହେବା ପରେ ଆଜି ଆଉ ୯ ପ୍ରକାର ନକଲି ଔଷଧ ଠାବ କରାଯାଇଛି। ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଠାବ କରାଯାଇଛି। ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ହିମାଚଳ ପ୍ରଦେଶ ସଂସ୍ଥା ଔଷଧ ଯୋଗାଇଥିଲା। ହିମାଚଳ ପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ଏସବୁ ଔଷଧ ଦେଇଥିଲା। କଟକ କନିକା ଛକରେ ମେଡିଲୟଡ ମେଡିକାମେଣ୍ଟ ଲି.ଗୁ ଔଷଧ ଦେଇଥିଲା। ମାକ୍ସ ସଂସ୍ଥା ୫୮ ହଜାର ଫାଭିମାକ୍ସ ବଟିକା ମେଡିଲୟଡକୁ ଦେଇଥିଲା।

ମେଡିଲୟଡ ଏଥିରୁ ୪୦, ୬୦୦ ବଟିକା ଗ୍ୱାଲିୟରର ଏକ ଫାର୍ମକୁ ଦେଇଥିଲା। ତେବେ ଔଷଧ ଠିକ ନଥିବା ମହାରାଷ୍ଟ୍ରରୁ ସୂଚନା ପାଇବା ପରେ ପୋଲିସ ଚଢାଉ କରିଥିଲା।

Leave A Reply

Your email address will not be published.