Odisha Link
Bridging the Missing Links in Odisha

ରାଜ୍ୟରେ ଗ୍ରାଜୁଆଲ ଅନଲକ୍ ଆରମ୍ଭ ହେବା ଭଲ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ଅନଲକ୍ ନେଇ ଚର୍ଚ୍ଚା ଜୋର ଧରିଛି। ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି ଯେ, ‘ଅନଲକ୍ ପାଇଁ ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଇଛନ୍ତି। ଗ୍ରାଜୁଆଲ ଅନଲକ ଆରମ୍ଭ ହେବା ଆମ ପାଇଁ ଭଲ। ଏଥିରେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବ କରି ବଳବତ୍ତର ରହିବ। ଲୋକମାନେ ଯଦି ଏହାର ସଠିକ ବ୍ୟବହାର ନକରିବେ ତେବେ ନେଗେଟିଭ୍ ଆଫେକ୍ଟ ପଡିବ।’

୧୭ ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯିବ। ବୈଠକରେ ଅନଲକକୁ ନେଇ ନିଷ୍ପତ୍ତି ନିଆଯିବ। ୧୦% ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ବଳବତ୍ତର ରହିବ। ୫% ତଳେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ। ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମୁଛି ଓ ଜିଲ୍ଲା ମଝି ମଝିଆ ରହୁଛି।

ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ। ପୂର୍ବ କେସ ଲୋଡ ଓ ବର୍ତ୍ତମାନ କିଛି ଗୁରୁତର ଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢୁଛି। ବର୍ତ୍ତମାନ ୬୨% ରୋଗୀ ଭେଣ୍ଟିଲେଟର ଓ ୬୨% ଆଇସିୟୁରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.