Odisha Link
Bridging the Missing Links in Odisha

ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ମିଳିବ ଲାଇସେନ୍ସ

ନୂଆଦିଲ୍ଲୀ: ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଆଉ କୈାଣସି ରିଜୋନାଲ ଟ୍ରାନ୍ସପର୍ଟ ଅଫିସ୍ କିମ୍ବା ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡିବ ନାହିଁ। ସଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି।

ଏହି ନୂଆ ଗାଇଡଲାଇ ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି। ଏହି ନୂଆ ନିୟମ ଅନୁସାରେ ଲାର୍ଣ୍ଣର ଲାଇସେନ୍ସ ପାଇବାର ପୁରା ପ୍ରକ୍ରିୟା ଅନଲାଇନ ଜରିଆରେ ହେବ। ଆପଣଙ୍କ ଆପ୍ଲିକେସନ ଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ।

ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏହିଭଳି ଗାଇଡଲାଇନ ଅଣାଯାଇଛି। ଏବେ ଆପଣ ନିଜର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଅଲ ୬୦ ଦିନ ଆଡଭାନ୍ସରେ କରିପାରିବେ। ଟେମ୍ପରାରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଦି କରି ୬ମାସ କରିଦିଆଯାଇଛି। ତେଣୁ ବର୍ତ୍ତମାନ ଡ୍ରାଇଭିଂ ସହ ଜଡିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ଆରଟିଓ ଯିବାକୁ ପଡିବନି। ଘରେ ବସି ଏ ସମସ୍ତ କାମ ଅନଲାଇନ ଜରିଆରେ କରିହେବ।

ନିଜର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ଜରିଆରେ ଆପଣଙ୍କୁ ଯେ କୈାଣସି ଏକ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ। ଏହିଠାରୁ ପୁରା ଟ୍ରେନିଙ୍ଗ ନେବା ପରେ ହିଁ ଆପଣଙ୍କର ଏକ ଅନଲାଇନ ପରୀକ୍ଷା ହେବ। ଯଦି ଆପଣ ସେହି ପରୀକ୍ଷାରେ ପାସ୍ କରୁଛନ୍ତି ତାହାଲେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ। ଆପଣଙ୍କୁ ନିଜ କାର୍ କିମ୍ବା ବାଇକକୁ ଆରଟିଓ ଅଫିସ ନେଇ ଯିବାକୁ ପଡିବନି।

ଆପଣଙ୍କ ଟ୍ରେନିଙ୍ଗ ଓ ପରୀକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ଇଲୋକ୍ଟ୍ରୋନିକାଲି ରେକର୍ଡ କରାଯିବ। ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟରର ମାନ୍ୟତା ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଟ୍ରାକ,ଆଇଟି ଓ ବାୟୋମେଟ୍ରିକ ସିଷ୍ଟମ ଓ ନିର୍ଦ୍ଦାରିତ ସିଲାବସ ଅନୁସାରେ ଟ୍ରେନିଙ୍ଗ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ଥିବ। ତେବେ ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ସରକାରମାନଙ୍କୁ ବି ସୂଚନା ଦିଆଯାଇଛି ଯେ ଜୁଲାଇ ସୁଦ୍ଦା ଏହି ନିୟମକୁ ଲାଗୁ କରାଯିବ।

Leave A Reply

Your email address will not be published.