Odisha Link
Bridging the Missing Links in Odisha

ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ, ପ୍ରଥମ ଥର ପାଇଁ କିନ୍ନର କରିପାରିବେ ଆବେଦନ

କଟକ: କରୋନା କାଳରେ ଯବୁଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୁଲିସରେ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ଓ ସିଗନାଲ୍ ସର୍ଭିସରେ କନଷ୍ଟେବଳ (ଯୋଗାଯୋଗ)ରେ ୨୪୪ ଟି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ ସବୁଠୁ ବଡ଼ ଖବର ହେଲା ଯେ, ଏଣିକି ଓଡ଼ିଶା ପୁଲିସରେ ଆବେଦନ କରିପାରିବେ କିନ୍ନର।

ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସରେ ଟ୍ରାନ୍ସଜେଣ୍ଡର ଆବେଦନ କରିପାରବେ। ସବ- ଇନ୍ସପେକ୍ଟର ପଦବୀ ପାଇଁ ଆସନ୍ତା ୨୨ ତାରିଖରୁ ଅନ୍‌ଲାଇନ୍ ଆବେଦନ ପ୍ରକିୟା ଆରମ୍ଭ ହେଉଥିବା ବେଳେ ୧୫.୦୭. ୨୦୨୧ରେ ଆବେଦନ ଦାଖଲ କରିବାର ଶେଷ ତାରିଖ ରହିଛି।ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡ଼ା।

Leave A Reply

Your email address will not be published.