Odisha Link
Bridging the Missing Links in Odisha

କଟକରେ ବୟସ୍କଙ୍କ ଟିକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ

କଟକ: ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ସେ କହିଛନ୍ତି, କଟକ ସହରରେରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ମେ’ ୧୫ରୁ କମୁଛି। କଟକ ସହରରେରେ ୩.୫ ଲକ୍ଷ ଡୋଜ ଟିକା ଦିଆଗଲାଣି। ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ୧.୫ ଲକ୍ଷ ଡୋଜ ୧୮ରୁ ୪୪ ବର୍ଷ ବୟସ୍କ ନେଇଛନ୍ତି।

ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇ ଦିଆଯିବ। ଟିକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି। ୯୭୭୭୦୬୭୨୯୭ ନମ୍ବରରେ ଫୋନ କଲେ ଘରେ ଗାଡି ପହଞ୍ଚିଯିବ।

ଗାଡି ପହଞ୍ଚି ବୟସ୍କଙ୍କୁ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡିବ। ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି। କଟକ ସହରବାସୀ କୋଭିଡ ନିୟମ ମାନୁଛନ୍ତି ବୋଲି ଅନନ୍ୟା କହିଛନ୍ତି।

Leave A Reply

Your email address will not be published.