Odisha Link
Bridging the Missing Links in Odisha

ଶିଳ୍ପା ମୋ ଘର ଭାଙ୍ଗି ନିଜ ଘର ବସେଇଛନ୍ତି: ରାଜକୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ

୧୧ ବର୍ଷ ପରେ ପ୍ରଥମ ପତ୍ନୀଙ୍କ ବିଷୟରେ ମୁହଁ ଖୋଲିଲେ ରାଜକୁନ୍ଦ୍ରା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଠୀ ଓ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚା। ରାଜ୍ କୁନ୍ଦ୍ରାଙ୍କର ପ୍ରଥମ ପତ୍ନୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିରେ ରାଜକୁନ୍ଦ୍ରାଙ୍କୁ ପ୍ରଥମ ପତ୍ନୀ କବିତା କହିଛନ୍ତି କି ଶିଲ୍ପା ତାଙ୍କ ଘର ଭାଙ୍ଗି ଦେଇ ନିଜ ଘର ବସେଇଛନ୍ତି। କବିତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ ରାଜ ତାଙ୍କ ମୁହଁ ଖୋଲିଛନ୍ତି।

ରାଜ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ଏହି କଥାକୁ ନେଇ ବହୁତ ବର୍ଷ ପରେ ହଲକା ଅନୁଭବ କରୁଛି କାହିଁକି ନା ମୁଁ ଏବେ ସତ କହିପାରିବି। ମୋତେ ଏବେ ଫରକ ପଡୁନି କି କବିତା ଏହାକୁ ଶୁଣି କଣ ଭାବିବ କି କଣ କହିବ। ମୋର ପ୍ରଥମ ପତ୍ନୀ ଓ ମୋ ଭିଣେଇ ବଂଶଙ୍କୁ ଆପତ୍ତିଜନକ ଭାବେ ବହୁଥର ଧରିଛନ୍ତି ମୋ ମା’। ଏଠାରେ ଦୁଇ ପରିବାର ଭାଙ୍ଗୁଥିବା ବେଳେ ସେହି ଦୁଇ ଜଣ କିଛି ଭାବୁନଥିଲେ।

ସେ ଆହୁରି କହିଛନ୍ତି ଯେ, ମୁଁ କେବେ କବିତା ସହ କଥା ହେଇଛି ନା କଥା ହେବାକୁ ଚାହୁଁଛି। ମୁଁ ମୋ ଝିଅ ସହ ଦେଖାକରିବାକୁ ବହୁତ ଚେଷ୍ଟା କରିଛି। ହେଲେ କବିତାଙ୍କ ପରିବାର ଏହା କରାଇ ଦେଲେ ନାହିଁ। କିନ୍ତୁ ମୁଁ ଜାଣିଛି ଠିକ୍ ସମୟ ଆସିଲେ, ମୋ ଝିଅ ମୋ ପାଖକୁ ଆସିବ।

ମୁଁ କେବଳ ମୋ ଝିଅକୁ ୪୦ହିଁ ଦିନ ଦେଖିଛି। ପରେ ଶିଳ୍ପା ସହିତ ବିବାହ ହେଲା ପରେ ମୁଁ ଇଣ୍ଡିଆ ଆସିଥିଲି। ସେହି ସମୟରେ କୋର୍ଟ ମଧ୍ୟ କବିତାଙ୍କ ପକ୍ଷ ନେଇ ରାୟ ଶୁଣାଇ ଥିଲେ।

Leave A Reply

Your email address will not be published.