Odisha Link
Bridging the Missing Links in Odisha

ଆଜି କୁଳପତି ବୈଠକ, ୟୁଜି-ପିଜି ପାଠପଢ଼ା ଓ ପରୀକ୍ଷା ଉପରେ ହେବ ଆଲୋଚନା

ଭୁବନେଶ୍ବର: କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି। ମହାମାରୀ କରୋନା ଯୋଗୁଁ ବନ୍ଦ ରହିଛି ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ବବିଦ୍ୟାଳୟ। ଯାହାଫଳରେ ହାତ ଗଣତି କିଛି ଶିକ୍ଷାନୁଷ୍ଠାନ ଚାଲିଛି ଅନଲାଇନ୍‌ କ୍ଲାସ୍। ଅନ୍ୟପଟେ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଅବକାସ ପରେ ସାବିତ୍ରୀ ଓ ରଜ ଛୁଟି ଆଳ କରି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନ୍‌ କ୍ଲାସ୍‌ ନେବା ମଧ୍ୟ ବନ୍ଦ କରି ଦେଇଛନ୍ତି । ତେବେ କରୋନା ଭଳି ଉଦବେଗଜନକ ପରିସ୍ଥିତି ମଧ୍ୟରେ କିଭଳି ପାଠପଢ଼ା ଜାରି ରହିବ, ସେ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି।

ଏସବୁ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ଏହି ବୈଠକରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ଆଲୋଚନା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଲକ୍‌ଡାଉନ୍‌ ବେଳେ ପାଠପଢ଼ା ସହିତ ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ ବୋଲି ସୂଚନା ରହିଛି।

ସେହିପରି ଯୁକ୍ତ ଦୁଇ ଫଳ ବାହାରିବା ପରେ କିଭଳି ସୁରୁଖୁରୁ ଭାବେ ଯୁକ୍ତ ତିନି ନାମଲେଖା ଆରମ୍ଭ ହେବ। ଏ ସମ୍ପର୍କରେ ମଧ୍ୟ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ। ପରୀକ୍ଷା ନେଇ ଉଭୟ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କ ମତ ନିଆଯିବ। ଏହାପରେ ବିଭାଗ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ। ତେବେ କୋଭିଡ୍‌ ପାଇଁ ଭର୍ଚୁଆଲ୍‌ ମିଟିଂରେ ଆଲୋଚନା କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.