Odisha Link
Bridging the Missing Links in Odisha

ଚଳିତବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା, ୧୮ରେ ଆସିବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର: ଚଳିତବର୍ଷ ହେବ ୟୁଜି ପିଜି ପରୀକ୍ଷା। କୁଳପତି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଛନ୍ତି ସୂଚନା। ‘ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ, ପାଠପଢ଼ା ଗୁରୁତ୍ବପୂର୍ଣ୍ଣ, ତେଣୁ ପରୀକ୍ଷା ହେବା ଉଚିତ। କୁଳପତିମାନେ କିଛି ଦିନର ସମୟ ନେଇଛନ୍ତି। ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅନଲାଇନରେ ପାଠପଢ଼ା ଚାଲିଛି। ଜୁନ୍‌ ଶେଷ ସୁଦ୍ଧା କୋର୍ସ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତବର୍ଷ କିପରି ପରୀକ୍ଷା ହୋଇଥିଲା ସେନେଇ ଆଲୋଚନା ହେଲା। କୁଳପତି ମାନେ ଛାତ୍ରଛାତ୍ରୀ, ଅକ୍ଷ୍ୟକ୍ଷଙ୍କ ସହ ଆଲୋଚନା କରିବେ। ପରବର୍ତ୍ତୀ ନିଷ୍ପତ୍ତି ୧୮ ତାରିଖରେ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଅରୁଣ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.