Odisha Link
Bridging the Missing Links in Odisha

କରୋନାରୁ ସୁସ୍ଥ ହେଲେ ଆଉ ୬୭୯୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଆଜି କରୋନା ସଂକ୍ରମଣରୁ ୬୭୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୨ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୬୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୮୬, ମୟୂରଭଂଜରୁ ୪୮୦, ପୁରୀରୁ ୩୯୩, ବାଲେଶ୍ୱରରୁ ୨୮୪, ଭଦ୍ରକରୁ ୨୬୧, ସୁନ୍ଦରଗଡ଼ରୁ ୨୪୧ ଓ ଜଗତସିଂହପୁରରୁ ୨୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାରୁ ୧୮୪, ବୌଦ୍ଧରୁ ୧୭୯, ନୟାଗଡ଼ରୁ ୧୭୭, କୋରାପୁଟରୁ ୧୬୩, ଅନୁଗୁଳରୁ ୧୫୯, ବରଗଡ଼ଣୁ ୧୧୯, ମାଲକାନଗିରିରୁ ୧୧୭, ଢେଙ୍କାନାଳରୁ ୧୦୯ ଓ କଳାହାଣ୍ଡିରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ୧୦୦ ଜଣ, କନ୍ଧମାଳରୁ ୮୭, ବଲାଙ୍ଗୀରରୁ ୮୨, ଝାରସୁଗୁଡ଼ାରୁ ୭୨, ଗଂଜାମ, କେନ୍ଦୁଝରରୁ ୬୫, ସୁବର୍ଣ୍ଣପୁରରୁ ୬୩, ଗଜପତିରୁ ୩୬, ନୂଆପଡ଼ାରୁ ୩୪, ଦେବଗଡ଼ରୁ ୧୯ ଓ ରାଜ୍ୟପୁଲରୁ ୨୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.