Odisha Link
Bridging the Missing Links in Odisha

ୟୁଟ୍ୟୁବ ଦେଖି ତିଆରି କଲେ ବୋମା, ଡିଫ୍ୟୁଜ୍‌ ପାଇଁ ଗଲେ ଥାନା

ନାଗପୁର: ୟୁଟ୍ୟୁବ ଦେଖି ତିଆରି କଲେ ବୋମା। ଶେଷରେ ଡିଫ୍ୟୁଜ୍‌ ପାଇଁ ଗଲେ ଥାନା। ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଗପୁରର ନନ୍ଦନବନ ଅଞ୍ଚଳରେ। ରାହୁଲ ପଗଡ଼େ ନାମକ ଜଣେ ଯୁବକ ହାତରେ ଏକ ବ୍ୟାଗ୍ ଧରି ଥାନାରେ ପହଞ୍ଚି ପୋଲିସକୁ ମୋ ହାତରେ ଥିବା ବ୍ୟାଗରେ ବୋମା ଅଛି ଏହାକୁ ବୋମାକୁ ଡିଫ୍ୟୁଜ୍ କରି ଦିଅନ୍ତୁ ବୋଲି କହିଥିଲେ।

ରାହୁଲ ପ୍ରଥମେ ବୋମା ଭର୍ତ୍ତି ବ୍ୟାଗଟିକୁ ବାଟର ପାଇଥିବା ପୋଲିସକୁ କହିଥିଲା। ପରେ ପୋଲିସର ସନ୍ଦେହ ହେବାରୁ ରାହୁଲ୍ ମାନିଥିଲା ସେ ୟୁଟ୍ୟୁବ ଦେଖି ବୋମା ତିଆରି କରିଛି। ତେବେ ଏହି ବୋମା ଦ୍ୱାରା ସେ କାହାର କ୍ଷତି କରିବାକୁ ଚାହୁଁନଥିବା କହିଥିଲା।

ରାହୁଲ୍ ୟୁଟ୍ୟୁବ ଦେଖି ବୋମା ତ ପ୍ରସ୍ତୁତ କରି ଦେଇଥିଲା। କିନ୍ତୁ ତାହାକୁ ଡିଫ୍ୟୁଜ୍ କରିପାରି ନଥିଲା। ବୋମା ବ୍ୟାଗ୍ ନେଇ ସେ ଥାନାରେ ପହଞ୍ଚିବା ପରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମକୁ ଡାକି ବମ୍ ଡିଫ୍ୟୁଜ୍ କରିଥିଲା। ପୋଲିସ ରାହୁଲ୍ ବିରୋଧରେ ଆଇପିସି ଧାରା ୨୮୫, ୨୮୬ ସହ ଭାରତୀୟ ଅସ୍ତ୍ରଶସ୍ତ୍ର ନିୟମ ୭, ୨୫ (୧) (ଏ), ଆଇପିସି ଧାରା ୧୨୩ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଛି।

Leave A Reply

Your email address will not be published.