Odisha Link
Bridging the Missing Links in Odisha

ଆଗାମୀ ପ୍ରଧାନମନ୍ତ୍ରୀ ସମ୍ବିତ ପାତ୍ର!

ସମ୍ବିତ ପାତ୍ରଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାବି କରୁଥିବା ଏ ଗ୍ରୁପ୍‌ଟି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ, ଅର୍ଥାତ୍‌ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ଦେଢ଼ମାସ ଆଗରୁ, ଗଢ଼ାଯାଇଛି। 

ଭୁବନେଶ୍ବର: ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଓଡ଼ିଶା ଜନ୍ମିତ ଏହି ରାଜନେତା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗାଦି ସମ୍ଭାଳିବେ ବୋଲି ଏକ ଫେସବୁକ୍‌ ଗ୍ରୁପ୍‌ରେ ଦାବି କରାଯାଇଛି।

ଫେସବୁକ୍‌ ଗ୍ରୁପ୍‌ର ନାମ ରହିଛି Dr Sambit Patra the Next PM of India (ଡାକ୍ତର ସମ୍ବିତ ପାତ୍ର ଭାରତର ଆଗାମୀ ପ୍ରଧାନମନ୍ତ୍ରୀ)। ଏହା ଏକ ପ୍ରାଇଭେଟ୍‌ ଗ୍ରୁପ୍, ଅର୍ଥାତ୍‌ ଏଥିରେ ସଦସ୍ୟ ଥିବା ବ୍ୟକ୍ତି ହିଁ ଏ ଗ୍ରୁପ୍‌ରେ କ’ଣ ଚାଲିଛି ଜାଣିପାରିବେ। ଏଥିରେ ଏଯାବତ୍‌ ପ୍ରାୟ ୧୮,୨୦୦ ଜଣ ଫେସବୁକ୍‌ ବ୍ୟବହାରକାରୀ ସଦସ୍ୟ ଅଛନ୍ତି।

ସମ୍ବିତ ପାତ୍ରଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାବି କରୁଥିବା ଏ ଗ୍ରୁପ୍‌ଟି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ, ଅର୍ଥାତ୍‌ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ଦେଢ଼ମାସ ଆଗରୁ, ଗଢ଼ାଯାଇଛି।

ଗ୍ରୁପ୍‌ ବାବଦରେ ଇଂରାଜୀରେ ଉଲ୍ଲେଖ ରହିଛି- Dr. Sambit Patra is highly qualified(Cracked Combined medical services by UPSC) , intelligent, highly knowledgeable, excellent orator, strongly believe in spiritualism, dedicated for the nation and strictly following the path of Narendra Modi. We people of India see him as the next prime minister of India after Narendra Modi. This group to support Dr Sambit Patra to became future pm of India.

ଏହାକୁ ଓଡ଼ିଆ କଲେ ଏପରି ହେବ-

ଡାକ୍ତର ସମ୍ବିତ ପାତ୍ର ଜଣେ ଅତି ଉଚ୍ଚଶିକ୍ଷିତ (ୟୁପିଏସ୍‌ସି ଅଧିନରେ ଯୁଗ୍ମ ଭେଷଜ ପ୍ରବେଶିକା ଉତ୍ତୀର୍ଣ୍ଣ ହୋଇଥିଲେ), ବୁଦ୍ଧିମାନ, ଅତି ଜ୍ଞାନୀ, ସୁବକ୍ତା, ଦୃଢ଼ ଅଧ୍ୟାତ୍ମ ବିଶ୍ବାସୀ, ଦେଶ ପାଇଁ ଉତ୍ସର୍ଗୀକୃତ ଓ ନରେନ୍ଦ୍ର ମୋଦିଙ୍କ ମାର୍ଗର ଦୃଢ଼ ଅନୁଗାମୀ। ନରେନ୍ଦ୍ର ମୋଦିଙ୍କ ପରେ ଆମେ ଭାରତର ଲୋକମାନେ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛୁ। ଡାକ୍ତର ସମ୍ବିତ ପାତ୍ରଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ ଦେବା ଲାଗି ଏ ଗ୍ରୁପ୍‌ ଉଦ୍ଦିଷ୍ଟ।

ଏ ଗ୍ରୁପ୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା ହେଉଥିବା ବେଳେ ଦୁଇ ବର୍ଷରୁ ଅଧିକ ସମୟ ଧରି ଏ ଗ୍ରୁପ୍‌ ନିରନ୍ତର ସକ୍ରିୟ ଅଛି ଓ ଇତି ମଧ୍ୟରେ ୧୮,୨୦୦ ସଦସ୍ୟ ଏତିରେ ଯୋଗ ଦେଇ ସାରିଲେଣି। ଗତ ଗୋଟିଏ ମାସ ଭିତରେ ଏ ଗ୍ରୁପ୍‌ରେ ମାତ୍ର ଜଣେ ସଦସ୍ୟ ବଢ଼ିଥିବା ବେଳେ ଗତ ଗୋଟିଏ ମାସ ଭିତରେ ଏ ଗ୍ରୁପ୍‌ରେ ଗୋଟିଏ ବି ନୂଆ ପୋଷ୍ଟ ନାହିଁ। ସମ୍ଭବତଃ ମାସେ ବା ତହିଁରୁ ଅଧିକ ସମୟ ଧରି ଏ ଫେସବୁକ୍‌ ଗ୍ରୁପ୍‌ଟି ନିଷ୍କ୍ରିୟ ଅଛି।

Leave A Reply

Your email address will not be published.