କଦଳୀ ଚୋରିରୁ ହତ୍ୟାକାଣ୍ଡ

ନୟାଗଡ଼: କଦଳୀ ଚୋରିରୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ପଞ୍ଚାୟତ କାଦୁଆ ଗ୍ରାମରେ। ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ମଙ୍ଗଳବାର ରାତି ୧୧ ଟା ସମୟରେ ବେଣାଗାଡ଼ିଆ ଗ୍ରାମର ଜଣେ ବ୍ୟକ୍ତି କଦଳୀ ଚୋରି କରୁଥିଲେ। ଏହା ଜାଣିପାରି ମାଲିକ ବିରୋଧ କରିବାରୁ ଘଟଣାସ୍ଥଳରେ ଗଣ୍ଡଗୋଳ ହୋଇଥିଲା।
ଗଣ୍ଡଗୋଳ ଏତେ ମାତ୍ରାରେ ବଢିଯାଇଥିଲା ଯେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କ ଛୁରାମାଡ଼ରେ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରମେଶର ଭାଇ ବାବୁଲି ଗୁରୁତର ହୋଇ ନୟାଗଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତକୁ ଫତେଗଡ଼ ଥାନା କରବର ଗ୍ରାମରୁ ବୁଧବାର ସକାଳୁ ଗିରଫ କରାଯାଇଛି।