Odisha Link
Bridging the Missing Links in Odisha

ଆଂଶିକ କୋହଳ ବେଳେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଜାରି ରହିବ

ଭୁବନେଶ୍ବର: ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରାଜ୍ୟରେ ଆଂଶିକ କୋହଳ ବେଳେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସେହିପରି ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ। ସିନେମା ହଲ, ସେଲୁନ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ। ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ। କେବଳ ନୀତିକାନ୍ତି ଚାଲିବ। ଯାତ୍ରା ଓ ଆଉଟ ଡୋର ସୁଟିଂ ବନ୍ଦ ରହିବ। ସରକାରୀ ଓ ଘରୋଇ ଅଫିସ ୫୦% ଷ୍ଟାଫରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି। ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ ଚଳାଚଳ ମଧ୍ୟ ବନ୍ଦ ରହିବ।

ରାଜ୍ୟ ସରକାର ଓଡ଼ିଶାର ଜିଲ୍ଲାକୁ ୨ଟି ଭାଗରେ ବିଭକ୍ତ କରିଛନ୍ତି। ୫ ପ୍ରତିଶତରୁ କମ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି। ଅଭିଭକ୍ତ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର,  ଅଭିଭକ୍ତ କରୋପୁଟ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି। ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ।  କେବଳ ମଲ, ଜିମ, ସେଲୁନ ଓ ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ ବୋଲି ଘୋଷଣା କରାଯାଇଛି।

ସେହିପରି ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ଆଦି ଜିଲ୍ଲାକୁ କାଟୋଗୋରୀ ‘ବି’ରେ ରଖାଯାଇଛି। ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଦୋକାନ ଖୋଲା ରହିବ।ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି୍ର ଦୋକାନ ଆଦି ଖୋଲା ରହିବ। ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ଖୋଲା ରହିବ। ଦୁଗ୍ଧ ଚାଷୀଙ୍କ ହୀତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବ। ସେହିପରି ସକାଳ ୬ରୁ ୯ଯାଏଁ ରାଜ୍ୟରେ ମର୍ଣ୍ଣିଂ ୱାକ ପାଇଁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.