Odisha Link
Bridging the Missing Links in Odisha

ରାଜ୍ୟରେ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କୋହଳ ହେଲା କଟକଣା। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୋଲା ରହିବ ମିଠା ଦୋକାନ ।  ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିବ

ସଂକ୍ରମଣ ହାର ୫% ତଳେ ଥିବାରୁ ୧୭ଟି ଜିଲ୍ଲାରେ କୋହଳ ସମୟ ଅଧିକ ରଖାଯାଇଛି। ୩୦ଟି ଜିଲ୍ଲାକୁ ସରକାର ଦୁଇଟି ବର୍ଗରେ ଭାଗ କରିଛନ୍ତି। ଅଧିକ ସମୟ କଟକଣା କୋହଳ କରାଯାଇଥିବା ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଥିବା ବେଳେ ବାକି ୧୩ଟିକୁ ‘ବି’ ବର୍ଗରେ ରଖାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ‘ଏ’ ବର୍ଗରେ ରଖାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ‘ବି’ ବର୍ଗରେ ରଖାଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।

Leave A Reply

Your email address will not be published.