Odisha Link
Bridging the Missing Links in Odisha

ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି ରହିବ

ଭୁବନେଶ୍ୱର: ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି। ସଂକ୍ରମଣ କମିଥିବା ୧୭ ଟି ଜିଲ୍ଲାରେ ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ବାକି ୧୩ଟି ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଟକଣା କୋହଳ ରହିବ।

୫ ପ୍ରତିଶତରୁ କମ ସଂକ୍ରମଣ ଥିବା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି। ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ। କେବଳ ମଲ, ଜିମ, ସେଲୁନ ଓ ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ ବୋଲି ଘୋଷଣା କରାଯାଇଛି।

ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଆଦି ଜିଲ୍ଲାକୁ କାଟୋଗୋରୀ ‘ବି’ରେ ରଖାଯାଇଛି। ଏସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି୍ର ଦୋକାନ ଆଦି ଖୋଲା ରହିବ। ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ଖୋଲା ରହିବ। ଦୁଗ୍ଧ ଚାଷୀଙ୍କ ହୀତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବ। ସେହିପରି ସକାଳ ୬ରୁ ୯ଯାଏଁ ରାଜ୍ୟରେ ମର୍ଣ୍ଣିଂ ୱାକ ପାଇଁ ଅନୁମତି ଦିଆଯାଇଛି।

ତେବେ ରାଜ୍ୟରେ ଆଂଶିକ କୋହଳ ବେଳେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାନ ଜାରି ରହିବ। ସେହିପରି ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ। ସିନେମା ହଲ, ସେଲୁନ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ। ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ। କେବଳ ନୀତିକାନ୍ତି ଚାଲିବ। ଯାତ୍ରା ଓ ଆଉଟ ଡୋର ସୁଟିଂ ବନ୍ଦ ରହିବ। ସରକାରୀ ଓ ଘରୋଇ ଅଫିସ ୫୦% ଷ୍ଟାଫରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି। ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ ଚଳାଚଳ ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.