Odisha Link
Bridging the Missing Links in Odisha

ଏବେ ଖୋଲିବନି ଶ୍ରୀ ମନ୍ଦିର

ପୁରୀ: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରେନା ସଂକ୍ରମଣ। ଅନ୍ୟପଟେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ଆସିଛି ଆଉ ଏକ ବଡ଼ ଖବର। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା।

ଏହି ନିଷ୍ପତ୍ତି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଜୁନ୍ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଏହାର ଅବଧିକୁ ଆହୁରି ବୃଦ୍ଧି କରାଯାଇଛି।

ତେବେ ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ହେବ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାରଙ୍କ ସୂଚନା ଦେଇଛନ୍ତି। ପୂର୍ବରୁ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ସରିଛି। ତେବେ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିବା ବେଳେ ମହାପ୍ରଭୁଙ୍କର ବିଧି ଅନୁଯାୟୀ ନୀତିକାନ୍ତି ଚାଲିବ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଜୁନ ୧୫ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଦ୍ଵିତୀୟ ଲହର ଠିକ୍ ଆରମ୍ଭ ବେଳକୁ ସ୍ଥିତିରେ ଦୃଷ୍ଟିରେ ରଖି ଶନିବାର ଏବଂ ରବିବାର ଭକ୍ତ ଦର୍ଶନ ବନ୍ଦ ରହିଥିଲା। ହେଲେ ପ୍ରକୋପ ବଢିବା ପରେ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.