Odisha Link
Bridging the Missing Links in Odisha

ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ, ଆଜି ଯୁଗଳ ଦର୍ଶନ

ଭୁବନେଶ୍ୱର: କରୋନା କଟକଣା ଭିତରେ ସମ୍ପନ୍ନ ହେଲା ଶିବ ବିବାହ। ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ। ଲଗ୍ନ ଅନୁସାରେ ରାତି ୩ଟାରେ ହେଲା ଦେବ ବିବାହ। ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବା, ବଡ଼ ବଜାରର ଶୀତଳେଶ୍ୱର ବାବାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡ଼ିଛି। ଆଜି ହେବ ଯୁଗଳ ଦର୍ଶନ।

କରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଧି ରକ୍ଷା ସ୍ୱରୁପ ବାହାଘର ଆୟୋଜନ ହୋଇଛି। ମହାଦେବ ଲିଙ୍ଗରାଜ ଓ ମା’ ଗୌରୀଙ୍କ ବିବାହ ପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ମାତ୍ର କରୋନା ଯୋଗୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି ମହାଦେବଙ୍କ ବିବାହ ଉତ୍ସବ।

ଗାଇଡଲାଇନ ଅନୁସାରେ ୨୫ଜଣ ସେବାୟତରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। ମହାପ୍ରଭୁ ମାନବୀୟ ଢଙ୍ଗରେ ବଡ଼ସିଂହାର ବେଶରେ ବାହାରି ମା’ ଗୌରୀଙ୍କୁ କେଦାରଗୌରୀ ଠାରେ ବିବାହ କରିଛନ୍ତି। ବରଯାତ୍ରୀ ସହ ଟ୍ରିସାଖା, ମଶାଲ, କଳା ଛତା, ଧଳା ଛତା ଓ ଘଣ୍ଟ ଘଣ୍ଟି ତୂରୀ ନାଦରେ ବିବାହ ବେଦିରେ ପହଞ୍ଚିଥିଲେ ବାବା ଲିଙ୍ଗରାଜ। ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ବାଟ ବରଣି କରାଯାଇ ବିବାହ ବେଦୀକୁ ନିଆଯାଇଥିଲା। ପରେ ସମସ୍ତ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.