Odisha Link
Bridging the Missing Links in Odisha

ଗର୍ଭବତୀ ମହିଳାଙ୍କ ପାଇଁ ଟିକା ଜରୁରୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ବେଶୀ ପ୍ରଭାବ ପକାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ, ଆଇସିଏମଆରର ପ୍ରଥମ ଓ ଦ୍ୱିତୀୟ ଲହରରେ ଗର୍ଭବତୀ ଓ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଦ୍ୱିତୀୟ ଲହରରେ ଲକ୍ଷଣ ଥିବା ମାମଲା ଥିଲା ୨୮.୭ ପ୍ରତିଶତ।

ଯାହାକି ପ୍ରଥମ ଲହରରେ ଥିଲା ୧୪ ଦଶମିକ ୨ ପ୍ରତିଶତ। ଦ୍ୱିତୀୟ ଲହରରେ ମୃତ୍ୟୁହାର ୫. ୭ ପ୍ରତିଶତ ଥିବାବେଳେ ପ୍ରଥମ ଲହରରେ ଏହା ଥିଲା ମାତ୍ର ୦. ୭ ପ୍ରତିଶତ। ଅଧ୍ୟୟନରେ ମୋଟ ୧୫ଶହ ୩୦ ମହିଳା ଓ ଶିଶୁଙ୍କ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ପ୍ରଥମ ଲହରରେ ୧୧ ଶହ ୪୩ ଥିବା ବେଳେ ଦ୍ୱିତୀୟ ଲହରରେ ୩୮୭ ସାମିଲ ଅଛନ୍ତି।

ପ୍ରଥମ ଓ ଦ୍ୱିତୀୟ ଲହରକୁ ମିଶାଇ ମୃତ୍ୟୁହାର ରହିଛି ୨ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ନିମୋନିଆ ଓ ନିଶ୍ୱାସ ନେବାର ଅସୁବିଧା ଅନୁଭବ କରୁଥିବା ଦେଖାଦେଇଛି। ତେଣୁ ଆଇସିଏମଆରର ଅଧ୍ୟୟନରେ ଏଭଳି ମହିଳାଙ୍କୁ ଶୀଘ୍ର ଟିକକାରଣ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହା ଉପରେ ପୂର୍ବରୁ ଗୁରୁତ୍ୱ ଦେଇସାରିଛି।

Leave A Reply

Your email address will not be published.