Odisha Link
Bridging the Missing Links in Odisha

ସାମାଜିକ ଗଣମାଧ୍ୟମରେ ହଟହଟା କେନ୍ଦ୍ରାପଡ଼ା ସାଂସଦ

ମାତ୍ର ୮୦ ଶବ୍ଦ ବିଶିଷ୍ଟ ଏ ଚିଠିରେ ପ୍ରାୟ ୧୦ଟି ତ୍ରୁଟି ରହିଥିବାରୁ ସାଂସଦ ସାମାଜିକ ଗଣମାଧ୍ୟମରେ ଟ୍ରଲ୍‌ର ଶିକାର ହୋଇଛନ୍ତି।

ଭୁବନେଶ୍ବର: ଏକ ଚିଠି ପାଇଁ ହଟହଟା ହୋଇଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି। ଓଡ଼ିଆ ଭାଷାରେ ଲିଖିତ ଏ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ସାମାଜିକ ଗଣମାଧ୍ୟମରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ଅନୁଭବ।

ଜୁନ ୧୫ ତାରିଖରେ ନିଜ ଲେଟର ପ୍ୟାଡରେ ଅନୁଭବ ଏ ଚିଠିଟି ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ କୁମାର ଜେନାଙ୍କୁ ଲେଖିଛନ୍ତି। ମାତ୍ର ୮୦ ଶବ୍ଦ ବିଶିଷ୍ଟ ଏ ଚିଠିରେ ପ୍ରାୟ ୧୦ଟି ତ୍ରୁଟି ରହିଥିବାରୁ ସାଂସଦ ସାମାଜିକ ଗଣମାଧ୍ୟମରେ ଟ୍ରଲ୍‌ର ଶିକାର ହୋଇଛନ୍ତି।

ଚିଠିର ଆରମ୍ଭରୁ ରିଲିଫ୍‌ କମିଶନରଙ୍କ ନାମ ଭୁଲ ରହିଛି। ‘ପ୍ରଦୀପ’ ବଦଳରେ ‘ପ୍ରଦିପ’ ବୋଲି ଲେଖାଯାଇଛି। ସେହିପରି କମିଶନରଙ୍କ ନାମ ପାଖରେ ‘ଆଇଏଏସ୍’ ବଦଳରେ ‘ଆଇଏସ୍’ ବୋଲି ଲେଖାଯାଇଛି। ଚିଠିରେ ‘ନିୟମାବଳି’, ‘ଅନୁରୋଧ’, ‘କେନ୍ଦ୍ରାପଡ଼ା’, ‘ଯୋଡ଼ି’ ଓ ‘ରୂପେ’ ଆଦି ବହୁ ଶବ୍ଦର ଭୁଲ ବନାନ ରହିଛି।

ପୁରୀ ଭଳି କେନ୍ଦ୍ରାପଡ଼ାରେ ମଧ୍ୟ ଏଥର ରଥଯାତ୍ରା କରାଇବା ଲାଗି ଅନୁମତି ନିମନ୍ତେ ନିବେଦନ କରି ଅନୁଭବ ଏହି ଚିଠିଟି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସଂଖ୍ୟାଲଘୁ ଜିଲ୍ଲା ଭାବେ ଘୋଷଣା କରିବା ଲାଗି ପ୍ରସ୍ତାବ ରଖି ସେ କେନ୍ଦ୍ରକୁ ଚିଠି ଲେଖିବା ନେଇ ସମାଲୋଚିତ ହୋଇଥିଲେ।

Leave A Reply

Your email address will not be published.