Odisha Link
Bridging the Missing Links in Odisha

ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟର ଚେୟାରମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଆଉ ଏକ ସଫଳତାର ସୋପାନ ଚଢିଛନ୍ତି। ଏବେ ମାଇକ୍ରୋସଫ୍ଟ ତାଙ୍କୁ କମ୍ପାନୀର ଚେୟାରମ୍ୟାନ୍ କରିଛି। ନଡେଲା ଜନ୍ ଥମ୍ପସନଙ୍କ ସ୍ଥାନ ନେବେ ସତ୍ୟ ନାଡେଲା।

ସତ୍ୟ ନାଡେଲା ୨୦୧୪ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। ଏହାପରେ ଲିଙ୍କଡିନ୍, ନୁଆନ୍ସ କମ୍ୟୁନିକେସନ, ଜେନିମାକ୍ସ ଭଳି ଅନେକ କମ୍ପାନୀକୁ ଅଧିଗ୍ରହଣରେ ସତ୍ୟଙ୍କ ଭୂମିକା ଅଧିକ ଥିଲା।

କମ୍ପାନୀ ଏକ ବୟାନ ଜାରି କରି କହିଛି ଯେ, ଯେ ୨୦୧୪ରେ ଥମ୍ପସନ୍ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ନାଡେଲା ଚେୟାରମ୍ୟାନ ହେବାପରେ ଥମ୍ପସନ୍ ଏହାର ଲିଡ୍ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଉ କମ୍ପାନୀର ବୋର୍ଡରେ ନାହାଁନ୍ତି। ସେ ଓ ମେଲିଣ୍ଡା ଗେଟ୍ସ ଏବେ ସାମାଜିକ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। କମ୍ପାନୀ ନିକଟରେ ସେୟାର ପିଛା ୫୬ ସେଣ୍ଟ୍ ଲାଭାଂଶ ଦେବାକୁ ନିଷ୍ପତ୍ତି ନେଇଥିଲା।

Leave A Reply

Your email address will not be published.