Odisha Link
Bridging the Missing Links in Odisha

କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧% ପ୍ରଭାବଶାଳୀ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ କରୋନା ବିରୋଧୀ ଲଢେଇରେ କାମ କରୁଛି କୋଭିସିଲ୍ଡ ଟିକା। ଏପରିକି କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ପ୍ୟାନେଲର ମୁଖ୍ୟ ଡକ୍ଟର ଏନ.କେ ଆରୋରା।

କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ନେଇ ତର୍କ ବିତର୍କ ଓ ବିବାଦ ମୁଣ୍ଡ ଟେକିଥିବା ବେଳେ ଡକ୍ଟର ଅରୋରାଙ୍କ ଏପରି ପ୍ରତିକ୍ରିୟା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତଥ୍ୟ ଅନୁସାରେ ଡେଲଟା ଭାଇରସ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ୬୧ପ୍ରତିଶତ ପ୍ରଭାବୀ।

ତେବେ ପ୍ରଥମ ଡୋଜ୍ ନେବା ପରେ ହିଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି। ଯେଉଁଥିପାଇଁ ଏହି କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.