Odisha Link
Bridging the Missing Links in Odisha

ଟିଏମ୍‌ସିରେ ଯୋଗ ଦେବା ପରେ ମୁକୁଲ୍ ରୟଙ୍କ ଠାରୁ ‘ଜେଡ ସିକ୍ୟୁରିଟି’ ପ୍ରତ୍ୟାହାର

କୋଲକାତା: ତୃଣମୁଳ କଂଗ୍ରେସ (ଟିଏମସି)ରେ ଯୋଗଦେବା ପରେ ଆଜି ମୁକୁଲ ରୟଙ୍କ ଠାରୁ ଜେଡ ସିକ୍ୟୁରିଟି ହଟାଇ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। ଏନେଇ ସିଆରପିଏଫର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗୁରୁବାର ସକାଳେ ମୁକୁଲ ରାୟଙ୍କ ସୁରକ୍ଷାରେ ଥିବା କର୍ମଚାରୀଙ୍କୁ ହଟାଇ ନିଆଯାଇଛି।

ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଚିଠି ଲେଖି ‘ଜେଡ ସିକ୍ୟୁରିଟି’ ହଟାଇ ନେବାକୁ କହିଥିଲେ ।ଏହାପୂର୍ବରୁ କେନ୍ଦ୍ର ସରକାର ମୁକୁଲ ରୟଙ୍କ ପୁଅ ଶୁଭ୍ରାଶୁଂ ରୟଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ପ୍ରତ୍ୟାହାର କରି ନେଇଥିଲେ।

ଟିଏମସିରେ ଯୋଗଦେବା ପରେ ମୁକୁଲ ରୟଙ୍କୁ ବେଙ୍ଗଲ ପୋଲିସ କର୍ମଚାରୀଙ୍କ ସୁରକ୍ଷା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ମୁକୁଲ ରୟଙ୍କୁ Y + ବର୍ଗର ରାଜ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ବର୍ତ୍ତମାନ ପୋଲିସ କର୍ମଚାରୀମାନେ ୨୪ ଘଣ୍ଟା ସୁରକ୍ଷା ଅଧୀନରେ ରହିବେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମୁକୁଲ ରାୟଙ୍କୁ ସୁରକ୍ଷା ବଢାଇ ‘ଜେଡ ସିକ୍ୟୁରିଟି’ କରି ଦିଆଯାଇଥିଲା। ଏହା ଫଳରେ ମୁକୁଲ ରାୟଙ୍କ ସୁରକ୍ଷା ପାଇଁ ୩ ଟି ସିଫ୍ଟରେ ୩୩ ଜଣ ସିଆରପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏଥିରେ ସଶସ୍ତ୍ର ଯବାନ ସାମିଲ ଥିଲେ।

Leave A Reply

Your email address will not be published.