Odisha Link
Bridging the Missing Links in Odisha

ଜେଲରୁ ମୁକୁଳିଲେ IFS ଅଭୟକାନ୍ତ ପାଠକ

ଭୁବନେଶ୍ବର: ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଅଭୟକାନ୍ତ। ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ ତାରିଖରେ IFS ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଗୁରୁବାର ତୃତୀୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ। ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ IFS ଅଭୟ ପାଠକଙ୍କୁ ଗିରଫ ପରେ ଧରାପଡ଼ିଥିଲା ପୁଅ ଆକାଶ ପାଠକ। ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପରେ ଆକାଶଙ୍କୁ ଗିରଫ କରିଥିଲା। ଦୀର୍ଘ ୬ ମାସ ପରେ ଆଜି ଆଇଏଫ୍‌ଏସ୍‌ ଅଭୟ ପାଠକ ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ପୁଅ ଆକାଶ ପାଠକ ଏବେ ମଧ୍ୟ ଜେଲ୍‌ରେ ଥିବାବେଳେ ପୂର୍ବରୁ ଅଭୟ ପାଠକଙ୍କ ଭାବି ସମୁଦି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍‌ରୁ ବାହାରିଛନ୍ତି।

Leave A Reply

Your email address will not be published.