Odisha Link
Bridging the Missing Links in Odisha

ଜଳ ଉତ୍ସକୁ ବ୍ୟାପିଲା କରୋନା, ସାବରମତୀ ନଦୀରେ ଭୂତାଣୁ ଚିହ୍ନଟ

 ଗୁଜୁରାଟ: ଦେଶରେ କରୋନାର ଦ୍ୱିିତୀୟ ଲହର କମୁଥିବା ବେଳେ ଗୁଜୁରାଟର ସାବରମତୀ ନଦୀ ଜଳ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଗୁଜୁରାଟର ଅହମ୍ମଦାବାଦ ମଧ୍ୟରେ ଯାଇଥିବା ସାବରମତୀ ନଦୀର ଜଳକୁ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେଥିରୁ ୨୫ ପ୍ରତିଶତ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି।

ଅହମ୍ମଦାବାଦର ଦୁଇଟି ହ୍ରଦ (କାଙ୍କାରିଆ ଓ ଚନ୍ଦୋଲା) ର ଜଳ ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି। ସାବରମତୀ ପୂର୍ବରୁ ଗଙ୍ଗନଦୀ ସହିତ ଜଡିତ କିଛି ସ୍ୱରେଜ ଜଳରୁ ବି କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏବେ ପ୍ରାକୃତିକ ଜଳରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି।

ଆଇଆଇଟି ଗାନ୍ଧୀନଗର ତରଫରୁ ସାବରମତୀ ନଦୀର ଜଳରୁ ସାମ୍ପଲ ନିଆଯାଇଥିଲା। ଏହାର ଅଧ୍ୟୟନ ପରେ ପ୍ରଫେସର ମନୀଷ କୁମାର କହିଛନ୍ତି କି, ଯାଂଚ ବେଳେ ଏହି ଜଳରେ ୨୫ ପ୍ରତିଶତ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି। ପ୍ରଫେସର ମନୀଷ କହିଛନ୍ତି କି ସାବରମତୀ ନଦୀରୁ ୨୦୨୦ ସେପ୍ଟେମ୍ବର ୩ ତାରିଖରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଳ ସାମ୍ପଲ ନିଆଯାଇଥିଲା। ଏହାପରେ ଏହାକୁ ଯାଂଚ କରିବା ବେଳେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସାବରମତୀ ନଦୀରୁ ୬୯୪ ଟି ସାମ୍ପଲ, କାଙ୍କରିଆ ହ୍ରଦରୁ ୫୪୯ ସାମ୍ପଲ ଓ ଚଂନ୍ଦୋଲା ହ୍ରଦରୁ ୪୦୨ ଟି ସାମ୍ପଲ କଲେକ୍ସନ କରାଯାଇଥିଲା। ଏହି ସବୁ ସାମ୍ପଲରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।

Leave A Reply

Your email address will not be published.