Odisha Link
Bridging the Missing Links in Odisha

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ହେବ।

ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ। ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି CHSE ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ ସେମାନେ ପରେ ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି CHSE ସ୍ପଷ୍ଟ କରିଛି।

କରୋନା ସ୍ଥିତିକୁ ଦେ‌ଖି ସିବିଏସ୍‌ଇ ଓ ସିଆଇଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ଏହାକୁ ଦେଖି ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିଥିଲେ। ମାତ୍ର କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ହେବ ସେ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଥିଲା।

Leave A Reply

Your email address will not be published.