Odisha Link
Bridging the Missing Links in Odisha

ତୃତୀୟ ଲହର ମୁକାବିଲା ପାଇଁ ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି। ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି। ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠେଇ ଦିଆଯାଇଛି।

ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି। ଶିଶୁଙ୍କ ପାଇଁ ୨୩୯୦ଟି ବେଡ୍ ଓ ୬୧୦ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି। ଅକ୍ସିଜେନ ଓ ମେଡିସିନ ମଧ୍ୟ ମହଜୁଦ ରଖାଯାଇଛି। ଶିଶୁମାନଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ଉପରେ ଅଧିକ ବିପଦ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏଥିସହ ଟିକାକରଣରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ ଲକ୍ଷ ଟିକାକରଣ କରାଯିବ। ଏନେଇ ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.