Odisha Link
Bridging the Missing Links in Odisha

ରାଜଧାନୀରେ କମୁଛି ସଂକ୍ରମଣ: ଦିନକରେ ୩୩୨ ଆକ୍ରାନ୍ତ, ୭୧୬ ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଛି। ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୭୦ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ବର୍ତ୍ତମାନ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୮୬, ୪୦୨। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୮୩, ୮୭୫ ଜଣ ସୁସ୍ଥ ହୋଇଛନ୍ତି। ୪୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୦୬ ଆକ୍ଟିଭ୍ କେସ୍ ରହିଛି। ଏଥିସହ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରୁ ୭୧୬ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.