Odisha Link
Bridging the Missing Links in Odisha

ନିଜ ଝିଅଙ୍କୁ ବାରମ୍ବାର ଧର୍ଷଣ, ବନ୍ଧାହେଲା ପିଶାଚ ପିତା

ଜୁନ୍‌ ୨ ତାରିଖରେ ଅଭିଯୁକ୍ତଙ୍କ ପତ୍ନୀ ତରକାରି ରୋଷେଇ କରିଥିଲେ। ହେଲେ ସେଥିରେ କମ୍‌ ମସଲା ପଡ଼ିଥିବାରୁ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ନିକଟରେ ଥିବା ସିଲେଇ ମେସିନ ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

ମାଙ୍ଗାଲୁରୁ: ଏକ ମଧୁର ସମ୍ପର୍କର ନାମ ବାପା। ଆଉ ବାପା-ଝିଅର ସମ୍ପର୍କ ସବୁଠୁ ନିଆରା। ହେଲେ ମଧୁର ସମ୍ପର୍କକୁ ଭୁଲିଗଲା ପିଶାଚ ବାପା। ନିଜ ଜନ୍ମିତ ଦୁଇ ଝିଅଙ୍କୁ ବାରମ୍ବାର ଧର୍ଷଣ କରିବା ଅଭିଯୋଗରେ ୪୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଏମିତି ଏକ ଅଭାବନୀୟ ଖବର ଆସିଛି କର୍ଣ୍ଣାଟକର ମାଙ୍ଗାଲୁରୁରୁ।

ମିଳିଥିବା ସୂଚନା ମୁତାବିକ, ଜୁନ୍‌ ୨ ତାରିଖରେ ଅଭିଯୁକ୍ତଙ୍କ ପତ୍ନୀ ତରକାରି ରୋଷେଇ କରିଥିଲେ। ହେଲେ ସେଥିରେ କମ୍‌ ମସଲା ପଡ଼ିଥିବାରୁ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ନିକଟରେ ଥିବା ସିଲେଇ ମେସିନ ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ। ଏହି ଘଟଣା ପରେ ମହିଳା ଜଣଙ୍କ ନିଜ ଦୁଇ ଝିଅ ଓ ପୁଅ ସହ ନିଜ ବାପା ଘରକୁ ଚାଲି ଆସିଥିଲେ। ପରେ ନିଜ ମାମୁଁ ଘରେ ଦୁଇ ଝିଅ ପିଶାଚ ବାପାର କଳା କାରନାମାର ପର୍ଦ୍ଦାଫାସ୍‌ କରିଥିଲେ।

ବଡ଼ ଝିଅ କହିଛନ୍ତି ଯେ, ବାପା ୨୦୧୯ ମସିହାରୁ ମୋ ସହିତ ଧର୍ଷଣ କରି ଆସୁଥିଲେ। ସେହିପରି ସାନଝିଅ ଯିଏ ଜଣେ ଯୁକ୍ତ ୩ର ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ୨୦୧୮ ମସିହାରୁ ତାଙ୍କ ବାପା ଧର୍ଷଣ କରି ଆସିଛନ୍ତି। ଏପରିକି ଏଭଳି କଥା ବାହାରେ ନକହିବାକୁ ଧମକ ଦେବା ସହ ବାପା ପିଟାମରା କରନ୍ତି ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ସେ।

ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକା ପଚରାଉଚରା ଜାରି ରଖିଛି। ଅନ୍ୟପଟେ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍‌ ବଳରେ ଅଭିଯୁକ୍ତଙ୍କ ନାମରେ ଦୁଇଟି ମାମଲା ରୁଜୁ କରିଛି ପୁଲିସ୍।

Leave A Reply

Your email address will not be published.