ଡ୍ରଗ୍ସ ନିଶାରେ ମା’କୁ ଦୁଷ୍କର୍ମ କଲା ପୁଅ

ମାଦ୍ରିଦ୍: ମା’ ପୁଅର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଲା ପୁଅ। ଡ୍ରଗ୍ସ ନିଶାରେ ମା’କୁ କଲା ଦୁଷ୍କର୍ମ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ସ୍ପେନର ଲସ୍ ପାଲମସ୍ରେ।
ସୂଚନା ମୁତାବକ, ଏକ ୧୬ ବର୍ଷର ନାବାଳକ ନିଜ ମା’କୁ ଦୁଷ୍କର୍ମ କରିଛି। ଏହାପରେ ପୀଡ଼ିତା ମା’ ନିଜେ ପୁଲିସ୍କୁ ଫୋନ୍ କରି ପୁଅର ଏପରି କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଛନ୍ତି। ପୁଲିସ୍ ଏହି ଖବର ପାଇ ପହଞ୍ଚିବା ପରେ ପୁଅ ସଫେଇ ଦେଇ କହିଛି ଯେ, ସେ ଡ୍ରଗ୍ସ ନିଶାରେ ଥିବା ହେତୁ ନିଜ ମା’ଙ୍କ ଉପରେ କରିଥିବା ଯୌନ ଶୋଷଣ ବିଷୟରେ କିଛି ବି ଜାଣିପାରିନି। ସେ ସେତେବେଳେ ହୋସ୍ରେ ନଥିଲା।
ଏନେଇ ପୁଲିସ୍ କହିଛି, ମା’ଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକକୁ ଗିରଫ କରାଯାଇଛି। ପୁଲିସ୍ ଯୁବକକୁ ଜେରା କରିିବା ସହ ତାକୁ କୋର୍ଟରେ ଚାଲାଣ ମଧ୍ୟ କରିଛି। ଆରୋପୀ ନାବାଳକ ହୋଇଥିବାରୁ ତାର ନାମ ସାର୍ବଜନୀନ କରରଯାଇନି। କୋର୍ଟରେ ଏହା ଉପରେ ଶୁଣାଣି ସମୟରେ ଜଜ୍ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା।