Odisha Link
Bridging the Missing Links in Odisha

ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ: ଆଇଏଲ୍‌ଏସ୍ ନିର୍ଦେଶକ

ନୂଆଦିଲ୍ଲୀ: ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ଆଇଏଲ୍‌ଏସ୍ ନିର୍ଦେଶ ଅଜୟ ପରିଡା। ଏଥି ମଧ୍ୟରୁ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି। ୪ଟି ରାଜ୍ୟ ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନମ ସିକ୍ୟୁଏନସିଂ ହେଉଛି। ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନସିଂ କରାଗଲେ ଜଣାପଡିବ ଡେଲାଟା ପ୍ଲସ ଭାଇରସ୍ ସ୍ଥିତି।

ସେ ଆହୁରି ମଧ୍ୟ କରିଛନ୍ତି, ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁନାହାନ୍ତି। ଯେଉଁଥିପାଇଁ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ତେଣୁ ସମସ୍ତେ ସରକାରଙ୍କ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ। ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍‌ନିକାଲ୍‌ କମିଟି ଗଠନ କରାଯାଇଛି। ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତା’ର ତର୍ଜମା କରାଯାଉଛି ଏବଂ ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ।

ଆଇସିଏମ୍‌ଆର୍‌ ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ୍‌ ନେଇ ୦.୦୪ ପ୍ରତିଶତ ଏବଂ ସେକେଣ୍ଡ ଡୋଜ୍‌ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ମାତ୍ର ଏହା ମଧ୍ୟରେ ଭଲ ଖବର କି ଭ୍ୟାକ୍ସିନେସନ ପରେ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।

Leave A Reply

Your email address will not be published.