Odisha Link
Bridging the Missing Links in Odisha

ବିଶ୍ବ ଯୋଗ ଦିବସ, ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ବର: ଜୁନ୍‌ ୨୧ ତାରିଖରେ ପାଳିତ ହେବ ବିଶ୍ବ ଯୋଗ ଦିବସ। ଆଉ ୨ ଦିନ ପରେ ସାରା ବିଶ୍ବ ପାଳନ କରିବ ଯୋଗ ଦିବସ। ତେବେ ଯୋଗ ସମ୍ପର୍କୀତ କିଛି ତଥ୍ୟ ଆଜି ଆମେ ଆପଣଙ୍କୁ କହିବୁ।

ସଂସ୍କୃତର ‘ୟୁଜ୍’ ଧାତୁରୁ ଯୋଗର ଉତ୍ପତି। ଯାହାର ଅର୍ଥ ଯୋଡ଼ିବା। ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା ହେଉଛି ଯୋଗ। ସାଧାରଣରେ କହିବାକୁ ଗଲେ ଯୋଗର ଅର୍ଥ ଶାରୀରିକ ବ୍ୟାୟାମ। ଯୋଗ କରିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ।

ଐତିହାସିକଙ୍କ କହିବା ମୁତାବିକ, ସଭ୍ୟତା ଆରମ୍ଭ ହେବା ଦିନଠୁ ଯୋଗ କରଯାଇ ଆସୁଛି। ଯୋଗ ପାଞ୍ଚ ହଜାର ବର୍ଷ ବା ତା’ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା। ଏହା ମଧ୍ୟ କୁହାଯାଇଛି ଯେ, ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଶିବ। ଏଭଳିକି ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.