Odisha Link
Bridging the Missing Links in Odisha

ସମୁଦ୍ର ଗର୍ଭରେ ଲୀନ ହୋଇପାରେ ଲାକ୍ଷାଦ୍ବୀପ

ଲାକ୍ଷାଦ୍ବୀପ: ସମୁଦ୍ର ଗର୍ଭରେ ଲୀନ ହୋଇପାରେ ବିଶ୍ବର ସବୁଠୁ ସୁନ୍ଦର ଦ୍ବୀପ ଭାବେ ଲାକ୍ଷାଦ୍ବୀପ ଜଣାଶୁଣା। ଏବେ ଏହି ଲକ୍ଷାଦ୍ବୀପ ସମୁଦ୍ରରେ ଲୀନ ହୋଇଯିବାକୁ ବସିଛି। ସୂଚନା ମୁତାବକ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ। ଏପରି ଘଟିଲେ ଲାକ୍ଷାଦ୍ବୀପ ଧିରେ ଧିରେ ବୁଡ଼ିଯିବ।

ସବୁଜ ଗୃହ ପ୍ରଭାବ ଯୋଗୁଁ ହେଉଥିବା ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ପ୍ରୋଜେକ୍ସନ ମ୍ୟାପିଂ ଅନୁସାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦର୍ଶାଉଛି, ସମୁଦ୍ରର ଜଳସ୍ତର ବୃଦ୍ଧି ହେବା ଦ୍ବାରା ଅମିନୀ ଦ୍ବୀପର ୬୦-୭୦ ପ୍ରତିଶତ ଏବଂ ଚେତଲାଟର ୭୦-୮୦ ପ୍ରତିଶତ ଲୀନ ହୋଇଯିବ। ଏହା ସହ ଲାକ୍ଷାଦ୍ବୀପର ରାଜଧାନୀ କବର୍ତ୍ତୀର ପ୍ରାୟ ୬୦ ପ୍ରତିଶତ ସ୍ଥଳଭାଗ ସମୁଦ୍ର ଗର୍ଭକୁ ଚାଲିଯିବ।

ଏନେଇ ମିଳିତ ଭାବେ ତଥ୍ୟ ପ୍ରକାଶ କରିଛନ୍ତି ଡିପାର୍ଟମେଣ୍ଟ ଅଫ ଆର୍କିଟେକ୍ଚର ଆଣ୍ଡ ରିଜିଓନାଲ୍‌ ପ୍ଲାନିଂ, ଡିପାର୍ଟମେଣ୍ଟ ଅଫ ଓସେନ୍‌ ଇଞ୍ଜିନିୟରିଂ ଆଣ୍ଡ ନାଭାଲ୍‌ ଆର୍କିଟେକ୍‌ଚର , ଆଇଆଇଟି ଖଡ଼ଗପୁର ଏବଂ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ସାଣ୍ଡ ଆଣ୍ଡ ଟେକନୋଲୋଜି।

Leave A Reply

Your email address will not be published.