Odisha Link
Bridging the Missing Links in Odisha

ଓମ୍ ଉଚ୍ଚାରଣ କଲେ ନା ଯୋଗ ଶକ୍ତିଶାଳୀ ହେବ, ନା ଆଲ୍ଲା କହିଲେ ଯୋଗ ଦୁର୍ବଳ ହେବ: ଅଭିଷେକ ସିଙ୍ଘଭି

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ବ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏହି ଅବସରରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏମିତି ଟ୍ଵିଟ୍ କରିଛନ୍ତି, ଯାହାକୁ ନେଇ ନୂତନ ବିବାଦ ଆରମ୍ଭ ହୋଇଛି। ସିଙ୍ଘଭି କହିଛନ୍ତି, ଓମ୍ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହେବ ନା ଆଲହା କହି ଦେଲେ ଯୋଗ ଦୁର୍ବଳ ହୋଇଯିବ। ତାଙ୍କର ଏହି ଆପତ୍ତିଜନକ ବୟାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତିର ନୂତନ ଖୋରାକ ଯୋଗାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ମୋଦୀ କହିଛନ୍ତି, କରୋନା ମହାମାରୀରେ ଯୋଗ ଏକ ଆଶାର କିରଣ ପାଲଟିଛି। ଏହା ପ୍ରତି ଲୋକଙ୍କ ଉତ୍ସାହ କମ ହୋଇ ନାହିଁ। ଯେବେ କରୋନା ପ୍ରକୋପ ଆରମ୍ଭ ହେଲା, ସେହି ସମୟରେ ଦୁନିଆ ପ୍ରସ୍ତୁତ ନଥିଲା। ତେବେ ଏହି ସମୟରେ ଯୋଗ ହିଁ ଆତ୍ମ ବଳର ଏକ ବଡ ମାଧ୍ୟମ ପାଲଟିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏମ-ଯୋଗ ଆପର ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଆପ୍ ଜରିଆରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଅଲଗା ଅଲଗା ଭାଷାରେ ଉପଲବ୍ଧ ହେବ।

Leave A Reply

Your email address will not be published.